Spread the love

Damodar Raut passed away: ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତଙ୍କ ଦେହାନ୍ତ। ଗତକାଲି ତାଙ୍କ ବ୍ରେନ୍ ଡେଡ୍ ହୋଇଥିବାର ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଥିଲେ।ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତଙ୍କ ଦେହାନ୍ତ। ଗତକାଲି ତାଙ୍କ ବ୍ରେନ୍ ଡେଡ୍ ହୋଇଥିବାର ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଥିଲେ। ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ତେବେ ଆଜି ସକାଳ ୫.୨୩ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁ ପରେ ଓଡ଼ିଶା ରାଜନୀତିରେ ଗୋଟିଏ ଯୁଗର ଅନ୍ତ ହୋଇଛି ବୋଲି ଆଲୋଚନା ହେଉଛି ।ହୃଦଘାତ ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ଗତ ୧୮ ତାରିଖରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ସେହିପରି ୩ ମାସ ତଳେ ବରିଷ୍ଠ ନେତା ଦାମୋଦର ରାଉତ ମଧ୍ୟ ଅସୁସ୍ଥ ହୋଇପଡିଥିଲେ। ଯକୃତରେ ପାଣି ଜମି ଯାଇଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏହି ସମୟରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ହେଲେ ଆଜି ଭେଟେରାନ ନେତା ସବୁ ଦିନ ପାଇଁ ଚିର ନିଦ୍ରାରେ ଶୋଇପଡ଼ିଛନ୍ତି।


Spread the love