Spread the love

ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ଚହଳ ସୃଷ୍ଟି କରିଛି । କିନ୍ତୁ ଏହି ସମୟରେ ବିଜେଡିର ଜଣେ ନେତାଙ୍କ ଉପରେ ପଡ଼ିଛି ଆୟକର ବିଭାଗର ନଜର । ବିଜେଡି ନେତା ସୁବ୍ରତ ଛାଟୋଇଙ୍କ ଶିକ୍ଷାନୁଷ୍ଠାନ ଉପରେ ଆଇଟ ରେଡ ହୋଇଛି । ପ୍ରତିଯୋଗିତାମୂଳକ କୋଚିଂ ସେଣ୍ଟର ଉପରେ ଆଇଟି ରେଡ ହୋଇଥିବା ଜାଣିବାକୁ ମିଳିଛି । ଭୁବନେଶ୍ୱରସ୍ତିତ ଘର ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇଛି । ତେବେ ସୁବ୍ରତ ଛାଟୋଇଙ୍କ ଘରେ କିମ୍ବା ଅଫିସରେ ପ୍ରଥମ ଥର ପାଇଁ ଏହି ରେଡ କରାଯାଇ ନାହିଁ । ଏହାପୂର୍ବରୁ ମଧ୍ୟ ଆୟକର ବିଭାଗ ପକ୍ଷରୁ ରେଡ୍ ହୋଇଥିଲା । ତେବେ ଆଗକୁ ନିର୍ବାଚନ ଥିବା ବେଳେ ଆୟକର ବିଭାଗର ଏହି ଚଢାଉ ରାଜନୀତି ମାହୋଲକୁ ଆହୁରି ସରଗରମ କରିପାରେ ।


Spread the love