Spread the love

Election 2024: ଦେଶରେ ନିର୍ବାଚନ ତାରିଖ ଘୋଷଣା, ଓଡ଼ିଶା ସମେତ ୪ ରାଜ୍ୟରେ ମତଦାନ

Election 2024: ଅପେକ୍ଷାର ଅନ୍ତ । ଆରମ୍ଭ ହୋଇଗଲା କାଉଣ୍ଟଡାଉନ୍ । ବିଶ୍ବର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ, ଗଣତନ୍ତ୍ରର ମହାପର୍ବ ନିର୍ବାଚନ ପାଇଁ ବାଜିଲା

ଅପେକ୍ଷାର ଅନ୍ତ । ଆରମ୍ଭ ହୋଇଗଲା କାଉଣ୍ଟଡାଉନ୍ । ବିଶ୍ବର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ, ଗଣତନ୍ତ୍ରର ମହାପର୍ବ ନିର୍ବାଚନ ପାଇଁ ବାଜିଲା ବିଗୁଲ । ଭାରତରେ ସାଧାରଣ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରେସମିଟ୍‌ କରି ନିର୍ବାଚନ ବାବଦରେ ଟିକନିଖ୍ ସୂଚନା ଦିଆଯାଇଛି । ଏହା ସହିତ ଆଜି ଠାରୁ ଦେଶରେ ଲାଗୁ ହେଲା ଆଦର୍ଶ ଆଚରଣ ବିଧି ।

ପ୍ରେସମିଟ୍‌ କରି ନିର୍ବାଚନ ବାବଦରେ ସୂଚନା ଦେଇଛନ୍ତି ନିର୍ବାଚନ କମିଶନର

  • ୫୫ ଲକ୍ଷ EVM ମେସିନ୍ ବ୍ୟବହାର ହେବ
  • ଏଥର ଭୋଟରଙ୍କ ସଂଖ୍ୟା ୯୭ କୋଟିରୁ ଅଧିକ
  • ୧୦.୫ ଲକ୍ଷ ପୋଲିଂ ବୁଥ୍‌ରେ ହେବ ମତଦାନ
  • ୧.୫ ପୋଲିଂ ଅଫିସର ନିଯୁକ୍ତ ହେବେ
  • ଏଥର ୨୧.୫ କୋଟି ଯୁବ ଭୋଟର କରିବେ ମତଦାନ
  • ମହିଳା ଭୋଟରଙ୍କ ସଂଖ୍ୟା ୪୭.୧ କୋଟିରୁ ଅଧିକ
  • ପୁରୁଷ ଭୋଟରଙ୍କ ସଂଖ୍ୟା ୪୯.୭ କୋଟିରୁ ଅଧିକ
  • ୮୮.୪ ଲକ୍ଷ ଦିବ୍ୟାଙ୍ଗ ଭୋଟର କରିବେ ମତଦାନ
  • ପ୍ରଥମ ଥର ପାଇଁ ଭୋଟ ଦେବେ ୧.୮୨ କୋଟି ଭୋଟର
  • ଶତାୟୁ ଭୋଟରଙ୍କ ସଂଖ୍ୟା ୨୧ ଲକ୍ଷରୁ ଅଧିକ
  • ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ ହେବ
  • ୮୫ ବର୍ଷରୁ ଅଧିକ ବୟସ ବର୍ଗଙ୍କ ପାଇଁ ସ୍ବତନ୍ତ୍ର ସୁବିଧା
  • ଘରେ ରହି ଭୋଟ୍ ଦେଇପାରିବେ ବୟସ୍କ ଭୋଟର
  • ୪୮ ହଜାର ଟ୍ରାନ୍ସଜେଣ୍ଡର ଭୋଟର କରିବେ ମତଦାନ
  • ଅପରାଧିକ ମାମଲାର ତଥ୍ୟ ତେବେ ପ୍ରାର୍ଥୀ

Spread the love