ରଙ୍ଗର ପର୍ବ ହୋଲି । ଏହି ଦିନ ସାଙ୍ଗସାଥି ତଥା ପରିବାର ବର୍ଗଙ୍କ ସହ ରଙ୍ଗ ଖେଳିବା ସହ ବେଶ୍ ଖୁସିମଜା କରିଥାନ୍ତି । ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭେଛା ଦେବା ସହ ବନ୍ଧୁତାର ବାର୍ତ୍ତା ବାଣ୍ଟିଥାନ୍ତି । କିନ୍ତୁ ଏହି ରଙ୍ଗ ଆମ ଜାଣତରେ ହେଉ ଅବା ଅଜାଣତରେ ଆମର ଅନେକ କ୍ଷତି କରିଥାଏ । ଏହାର ମୁଖ୍ୟ କାରଣ ହେଲା, ଆଜିକାଲି ବଜାରରେ ମିଳୁଥିବା କେମିକାଲ ରଙ୍ଗ । ଏହି କେମିକାଲ ଆମ ଶରୀରରେ ଲାଗିବା ଫଳରେ ବିଭିନ୍ନ ଚର୍ମରୋଗ ସମସ୍ୟା ସୃଷ୍ଟି କରିଥାଏ । ଚର୍ମ କୁଣ୍ଡେଇ ହେବା, ଜଳିବା ଏବଂ ଦାଗ ପଡିବା ଭଳି ଅନେକ ସମସ୍ୟା ଦେଖାଦେଇଥାଏ ।ତେଣୁ ହୋଲି ଖେଳିବା ସମୟରେ ଆମେ ଏଥିପ୍ରତି ସାବଧାନ ହେବା ଉଚିତ୍ । କେବଳ ଅର୍ଗାନିକ ରଙ୍ଗରେ ହୋଲି ଖେଳିବା ସହ କେମିକାଲ ଠାରୁ ଦୂରେଇ ରହିବା ଆବଶ୍ୟକ । କିନ୍ତୁ କେତେକ ପରିସ୍ଥିତିରେ ଏଭଳି କରି ନହେଲେ କେମିକାଲ ରଙ୍ଗ ଆମ ଶରୀରର ତ୍ୱଚାକୁ ହାନି କରିଥାଏ । ସେଥିପାଇଁ ଆମକୁ କେବଳ ଧ୍ୟାନ ଦେବାକୁ ପଡିବ ଯେ ଯଦି ଏପରି କିଛି ଚର୍ମ ରୋଗ ଲକ୍ଷଣ ଦେଖାଯାଉଛି, ତାହେଲେ ଆପଣ ତୁରନ୍ତ ଏଥିପାଇଁ କିଛି ପଦକ୍ଷେପ ନେବା । ଫଳରେ ସ୍କିନ୍ରେ ଏପରି କିଛି ସମସ୍ୟା ହେବ ନାହିଁ ।ତେବେ ଯଦି ଏପରି କିଛି ସମସ୍ୟା ହେଉଛି, ତାହେଲେ ଆପଣ ଏଥିରୁ ଆରାମ ପାଇପାରିବେ । ହୋଲିର କଲର ଯୋଗୁ ସ୍କିନ୍ରେ ରେଡ୍ନେସ୍, କୁଣ୍ଡେଇ ହେବା, ପୋଡିବା ଏବଂ ଦାଗ ହେବା ଭଳି ସମସ୍ୟା ହୋଇଥାଏ । ଏହା ବ୍ୟତୀତ ଆପଣଙ୍କ ସ୍କିନ୍ ଡ୍ରାଏ ମଧ୍ୟ ହୋଇପାରେ । ତାହେଲେ ଆସନ୍ତୁ ଜାଣିବା ଯେ ହୋଲି ପରେ ଏହି ସବୁ ସମସ୍ୟାରେ ହେଉଥିଲେ କ’ଣ କରିବା ଉଚିତ ।ତେବେ ଯଦି ଏପରି କିଛି ସମସ୍ୟା ହେଉଛି, ତାହେଲେ ଆପଣ ଏଥିରୁ ଆରାମ ପାଇପାରିବେ । ହୋଲିର କଲର ଯୋଗୁ ସ୍କିନ୍ରେ ରେଡ୍ନେସ୍, କୁଣ୍ଡେଇ ହେବା, ପୋଡିବା ଏବଂ ଦାଗ ହେବା ଭଳି ସମସ୍ୟା ହୋଇଥାଏ । ଏହା ବ୍ୟତୀତ ଆପଣଙ୍କ ସ୍କିନ୍ ଡ୍ରାଏ ମଧ୍ୟ ହୋଇପାରେ । ତାହେଲେ ଆସନ୍ତୁ ଜାଣିବା ଯେ ହୋଲି ପରେ ଏହି ସବୁ ସମସ୍ୟାରେ ହେଉଥିଲେ କ’ଣ କରିବା ଉଚିତ ।ଯଦି ଆପଣ ହୋଲି ଖେଳିବା ପରେ ମୁହଁରେ ବ୍ରଣ, ଦାଗ ଏବଂ ଜଳିବା ଭଳି ଅନୁଭବ କରୁଛନ୍ତି , ତାହେଲେ ଆପଣ ଏହି ଘରୋଇ ଉପଚାର କରିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ଆଲୋଭେରା ଏବଂ ତୁଳସୀ ପତ୍ର ନେଇ ଏହାର ଏକ ପ୍ୟାକ୍ ତିଆରି କରି ଏହାକୁ ଲଗାଇବାକୁ ପଡିବ । ଏହାକୁ ଲାଗାଇବା ପାଇଁ ପ୍ରଥମେ ଆପଣ ଆଲୋଭେରାରୁ ଜେଲ୍ ବାହାର କରନ୍ତୁ । ଏହା ପରେ ଏଥିରେ ତୁଳସୀ ପତ୍ର ମିଶାଇ ଗ୍ରାଇଣ୍ଡ୍ କରନ୍ତୁ । ଏହା ସହ ଏଥିରେ ଦହି ମଧ୍ୟ ମିଶାଇ ପାରିବେ । ଆପଣ ଚାହିଁଲେ ସେଥିରେ ଅଳ୍ପ ବାଦାମ ତେଲ ମଧ୍ୟ ମିଶାଇ ପାରିବେ । ଏହାପରେ ଏହି ଫେସ୍ ପ୍ୟାକ୍କୁ ମୁହଁରେ ଲଗାନ୍ତୁ ଏବଂ କିଛି ସମୟ ଛାଡିଦିଅନ୍ତୁ । ତେବେ ପ୍ରାୟ 10 ମିନିଟ୍ ପରେ, ଥଣ୍ଡା କପଡ଼ାରେ ମୁହଁ ପୋଛି ଦିଅନ୍ତୁ ଏବଂ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ ।
About The Author
Related Posts
Recent Posts
- How to Stay Healthy During the Holidays
- Malaysia Extends Visa Exemption for Indian Nationals Until 2026
- Surya Sarees Celebrates World Saree Day 2024: A Tribute to Tradition and Timeless Craftsmanship
- Industry Leaders Envision 2025 While Declaring 2024 as the Year of Transformation and Innovation
- Eco-Friendly Gifting Revolution: ‘Gift Kya De’ Among 54 Start-ups Selected for Amazon Propel Season 4 from 900+ D2C Brands Across India
- Editor's Pick (14)
- Main Stories (38)
- National & International (3,102)
- Popular (2)
- Uncategorized (4)
- ଅପରାଧ (2)
- ଅର୍ଥ ବ୍ୟବସ୍ଥା (9)
- ଉଦ୍ୟୋଗ (8)
- ଓଡ଼ିଶା (17)
- କ୍ରୀଡା (2)
- ଟେକ୍ନୋଲୋଜି (8)
- ଦେଶ ବିଦେଶ (3)
- ଫ୍ୟାଶନ୍ (2)
- ବାଣିଜ୍ୟ ଓ ଅର୍ଥ (22)
- ବିଜ୍ଞାନ (1)
- ବ୍ୟକ୍ତିବିଶେଷ (1)
- ଭ୍ରମଣ (8)
- ମନୋରଞ୍ଜନ (14)
- ରାଜନୀତି (12)
- ଶିକ୍ଷା (8)
- ଷ୍ଟାର୍ଟଅପ୍ (2)
- ସାହିତ୍ୟ ଓ ସଂସ୍କୃତି (6)
- ସ୍ୱତନ୍ତ୍ର (7)
- ସ୍ୱାସ୍ଥ୍ୟ (5)