ମୁମ୍ବାଇ : ଶିବସେନାରେ ସାମିଲ ହେଲେ ଅଭିନେତା ଗୋବିନ୍ଦା । ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ସେ ଶିବସେନାରେ ଯୋଗ ଦେଇଛନ୍ତି । ଶିନ୍ଦେଙ୍କ ଦଳ ତାଙ୍କୁ ମୁମ୍ବାଇ ଉତ୍ତର ପଶ୍ଚିମ ଲୋକ ସଭା ଆସନରୁ ଟିକେଟ୍ ଦେଇପାରେ ବୋଲି ଅନୁମାନ କରାଯାଉଛି ।ଯଦି ଏହା ଘଟେ ତେବେ ସେ ଶିବସେନା (ୟୁବିଟି) ପ୍ରାର୍ଥୀ ଅମୋଲ କୀର୍ତ୍ତିକରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏହାପୂର୍ବରୁ ବୁଧବାର ଦିନ ଗୋବିନ୍ଦା ସିନ୍ଦେ କ୍ୟାମ୍ପ ନେତା ତଥା ପୂର୍ବତନ ଶିବସେନା ବିଧାୟକ କୃଷ୍ଣ ହେଗଡେଙ୍କୁ ଭେଟିଥିଲେ, ଯାହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ହୋଥିଲା ଭାଇରାଲ ।ଶିବସେନାରେ ସାମିଲ ହେବାପରେ ଗୋବିନ୍ଦା କହିଛନ୍ତି, ‘ମୋର ବନବାସ ଶେଷ ହୋଇଛି । ସିନ୍ଦେଜୀଙ୍କ ଅଧୀନରେ ଚାଲିଥିବା ରାମ ରାଜ୍ୟରେ ମୁଁଏବେ ପ୍ରବେଶ କରିଛି । ୨୦୦୪ ରୁ ୨୦୦୯ ଯାଏଁ ମୁଁ ରାଜନୀତିରେ ଥିଲି । ତାହା ୧୪ ତମ ଲୋକସଭା ଥିଲା । ଆଉ ଏବେ ଗୋଟିଏ ଚମତ୍କାର ସଂଯୋଗ ଘଟିଛି କହିଲେ ଅତ୍ୟୁକ୍ତି ହେବନି । ଏବେ ଦୀର୍ଘ ୧୪ ବର୍ଷର ବ୍ୟବଧାନ ପରେ ମୁଁ ରାଜନୀତିକୁ ଫେରିଛି’।ଗୋବିନ୍ଦା ପୂର୍ବରୁ ୨୦୦୪ ରେ କଂଗ୍ରେସ ଟିକେଟରେ ମୁମ୍ବାଇ ଉତ୍ତର ଲୋକସଭା ଆସନରୁ ନିର୍ବାଚନରେ ଜିତିଥିଲେ । ସେହି ନିର୍ବଚନରେ ବିଜେପି ପ୍ରାର୍ଥୀ ରାମ ନାୟକଙ୍କୁ ୪୮,୨୭୧ ଭୋଟରେ ପରାସ୍ତ କରିଥିଲେ । ତେବେ ଦେଖିବାର କଥା ଏଥର ଦଳ ତାଙ୍କୁ କେଉଁ ଆସନରୁ ପ୍ରତିଦ୍ୱନ୍ଦିତା କରିବା ଲାଗି ମଇଦାକୁ ଓହ୍ଲାଉଛି ।
About The Author
Related Posts
Recent Posts
- nSure Healthy Spine Adopts Nordic Health’s MSK Health Technology Platform to Revolutionize Spine and Sports Healthcare in India
- Bisleri International Showcases Sustainable Innovations at the New Delhi World Book Fair 2025
- NFO Alert: Introducing Bajaj Finserv Multi Cap Fund with Contrarian Investing
- Naam Ki Nahi, Kaam Ki Medicine: How Truemeds is Revolutionizing Affordable Healthcare in India
- Axis Max Life Unveils Smart Term Plan Plus, Offering upto 2x Return of Premium
- Editor's Pick (15)
- Main Stories (40)
- National & International (3,466)
- Popular (2)
- Uncategorized (4)
- ଅପରାଧ (2)
- ଅର୍ଥ ବ୍ୟବସ୍ଥା (10)
- ଉଦ୍ୟୋଗ (8)
- ଓଡ଼ିଶା (18)
- କ୍ରୀଡା (2)
- ଟେକ୍ନୋଲୋଜି (8)
- ଦେଶ ବିଦେଶ (3)
- ଫ୍ୟାଶନ୍ (2)
- ବାଣିଜ୍ୟ ଓ ଅର୍ଥ (23)
- ବିଜ୍ଞାନ (1)
- ବ୍ୟକ୍ତିବିଶେଷ (1)
- ଭ୍ରମଣ (9)
- ମନୋରଞ୍ଜନ (14)
- ରାଜନୀତି (12)
- ଶିକ୍ଷା (8)
- ଷ୍ଟାର୍ଟଅପ୍ (3)
- ସାହିତ୍ୟ ଓ ସଂସ୍କୃତି (7)
- ସ୍ୱତନ୍ତ୍ର (8)
- ସ୍ୱାସ୍ଥ୍ୟ (5)