ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି, ଯେଉଁଥି ପାଇଁ ଅସ୍ତବ୍ୟସ୍ତ ଜନଜୀବନ । ପାଣିପାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଆଗାମୀ ୩ ଦିନ ପରେ ରାଜ୍ୟର ପାଗ ବଦଳିବ । ସେପଟେ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସମସ୍ତ ସ୍କୁଲକୁ ସକାଳୁଆ କରିବାକୁ ଏପ୍ରିଲ୍ ୨ରେ ନିର୍ଦ୍ଦେଶ ଦେଇଥିଲେ । ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ପର୍ଯ୍ୟନ୍ତ ସକାଳ ୭ଟାରୁ ଦିନ ୧୧ଟା୩୦ ପର୍ଯ୍ୟନ୍ତ ସ୍କୁଲ ହେଉଛି । ସେହିପରି ସମସ୍ତ ଅଙ୍ଗନବାଡ଼ି ମଧ୍ୟ ସକାଳୁଆ ହେଉଛି ।ଅନ୍ୟପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ବଲାଙ୍ଗିର ଜିଲ୍ଲାରେ ସକାଳୁଆ ସ୍କୁଲ ହେଉଛି, ହେଲେ ଏଥିରେ ସମାନ୍ୟ ସମୟର ପରିବର୍ତ୍ତନ କରାଯିବା ନେଇ ସୂଚନା ରହିଛି । ଏଣିକି ସମସ୍ତ ସ୍କୁଲ ୭ ଟା ବଦଳରେ ଏଣିକି ସକାଳ ୬ଟାରୁ ଆରମ୍ଭ ହୋଇ ୧୦ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବାର ନିଷ୍ପତ୍ତି ନିଆଯାଇଛି । ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।ସୂଚନାଥାଉ ଯେ, ମାର୍ଚ୍ଚ ୪ ତାରିଖ ଦିନ ବଲାଙ୍ଗିର ସହରର ତାପମାତ୍ରା ୪୧.୫ ଡିଗ୍ରୀ ସେଲସିଏସ ରେକର୍ଡ କରାଯାଇଥିଲା । ସେହିପରି ମାର୍ଚ୍ଚ ୩ ତାରିଖ ମଙ୍ଗଳବାର ଦିନ ସହରର ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ସେଲସିଏସ୍ ରେକର୍ଡ କରାଯାଇଥିଲା । ତେବେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।
About The Author
Related Posts
Recent Posts
- How to Stay Healthy During the Holidays
- Malaysia Extends Visa Exemption for Indian Nationals Until 2026
- Surya Sarees Celebrates World Saree Day 2024: A Tribute to Tradition and Timeless Craftsmanship
- Industry Leaders Envision 2025 While Declaring 2024 as the Year of Transformation and Innovation
- Eco-Friendly Gifting Revolution: ‘Gift Kya De’ Among 54 Start-ups Selected for Amazon Propel Season 4 from 900+ D2C Brands Across India
- Editor's Pick (14)
- Main Stories (38)
- National & International (3,102)
- Popular (2)
- Uncategorized (4)
- ଅପରାଧ (2)
- ଅର୍ଥ ବ୍ୟବସ୍ଥା (9)
- ଉଦ୍ୟୋଗ (8)
- ଓଡ଼ିଶା (17)
- କ୍ରୀଡା (2)
- ଟେକ୍ନୋଲୋଜି (8)
- ଦେଶ ବିଦେଶ (3)
- ଫ୍ୟାଶନ୍ (2)
- ବାଣିଜ୍ୟ ଓ ଅର୍ଥ (22)
- ବିଜ୍ଞାନ (1)
- ବ୍ୟକ୍ତିବିଶେଷ (1)
- ଭ୍ରମଣ (8)
- ମନୋରଞ୍ଜନ (14)
- ରାଜନୀତି (12)
- ଶିକ୍ଷା (8)
- ଷ୍ଟାର୍ଟଅପ୍ (2)
- ସାହିତ୍ୟ ଓ ସଂସ୍କୃତି (6)
- ସ୍ୱତନ୍ତ୍ର (7)
- ସ୍ୱାସ୍ଥ୍ୟ (5)