Spread the love

ଜାତୀୟ ରାଜପଥ ଚାନ୍ଦିପୋଷ ଥାନା ଧାନନଗର ନିକଟରେ ଏକ ବୋଲେରୋ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବାରୁ ୧୦ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୋଲେରୋଟି ବାଲେଶ୍ଵର ଭୋଗରାଇରୁ ରାଉରକେଲା ଆସୁଥିଲା।

ଡ୍ରାଭାଇରଙ୍କ ଆଖି ଲାଗିଯିବାରୁ ବୋଲେରୋ ଭାରସାମ୍ୟ ହରାଇ୧୪୩ ନଂ ଜାତୀୟ ରାଜପଥ ଧାନନଗର ଲୁହା ବାଡାରେ ପିଟି ହୋଇଯାଇଥିଲା। ଚାନ୍ଦିପୋଷ ପୁଲିସ ଦୁର୍ଘଟଣାଗ୍ରସ୍ତ ବୋଲେରୋକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।


Spread the love