ଆତ୍ମସମର୍ପମ କଲେ ଚର୍ଚ୍ଚିତ ୟୁଟ୍ୟୁବର ଦମ୍ପତି । ଯାଜପୁର ରୋଡ଼ ବନ ବିଭାଗ କାର୍ଯ୍ୟାଳୟରେ ୟୁଟ୍ୟୁବର ମୋନାଲିସା ଭଦ୍ର ଓ ତାଙ୍କ ସ୍ୱାମୀ ବଦ୍ରି ନାରାୟଣ ଆତ୍ମସମର୍ପଣ କରିଛନ୍ତି ବନ୍ୟଜନ୍ତୁଙ୍କ ସହ ସାମାଜିକ ଗଣମାଧ୍ୟମରେ ଫୋଟୋ ଭିଡିଓ ସେୟାର କରିବା ଏବଂ ବନ୍ୟ ଜନ୍ତୁଙ୍କୁ ଘରେ ରଖିବା ଓ ସୋସିଆଲ ମିଡିଆରେ ସେମାନଙ୍କ ଫଟୋ, ଭିଡିଓ ପୋଷ୍ଟ କରିବା ଘଟଣାରେ ୟୁଟ୍ୟୁବର ମୋନାଲିସା ଭଦ୍ରଙ୍କ ଘରେ ଚଢାଉ କରଥିଲା ବନ ବିଭାଗ । ତେବେ ମୋନାଲିସା ଭଦ୍ର ଓ ତାଙ୍କ ସ୍ୱାମୀ ବଦ୍ରି ନାରାୟଣ ଭଦ୍ର ଗିରଫ ଭୟରେ ଫେରାର ହୋଇଯାଇଥିଲେ । କିଛି ଦିନ ହେଲା ମୋନାଲିସା ଘରେ ମାଙ୍କଡ ରଖିବା ସହ ସୋସିଆଲ ମିଡିଆରେ ବନ୍ୟଜନ୍ତୁଙ୍କ ଫଟୋ ପୋଷ୍ଟ କରୁଥିଲେ । ଏନେଇ ତାଙ୍କୁ ବାରମ୍ବାର ତାଗିଦ କରିବା ସତ୍ୱେ ସେ କିଛି ଶୁଣିନଥିଲେ । ତାଙ୍କ ଘରୁ ମାଙ୍କଡକୁ ଉଦ୍ଧାର କରିଥିଲା ବନବିଭାଗ ।ସୂଚନା ଅନୁସାରେ, ଗତ ମାର୍ଚ୍ଚ 24 ତାରିଖରେ ବନ୍ୟ ଆଇନ ଉଲଂଘନ କରିବା ଅଭିଯୋଗରେ ବନ ବିଭାଗର ଦୁଇଟି ଟିମ ଯାଜପୁର ବ୍ଲକ ଜହଳ ଗାଁ ସ୍ଥିତ ଭଦ୍ର ଦମ୍ପତିଙ୍କ ବାସଭବନରେ ଚଢ଼ାଉ କରିଥିଲେ । ବନ୍ୟ ଜନ୍ତୁ ରଖିବା ସହିତ ସେମାନଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ଭଳି ସଙ୍ଗିନ ଅଭିଯୋଗ ଉଭୟ ମୋନାଲିସା ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ରହିଛି । ବନ ବିଭାଗ ପକ୍ଷରୁ ଚଢ଼ାଉ ନେଇ ଖବର ପାଇ ଉଭୟ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ମୋନାଲିସା ଓ ତାଙ୍କ ସ୍ୱାମୀଙ୍କୁ ଧରିବା ପାଇଁ ବନ ବିଭାଗ କର୍ମଚାରୀ ମାନେ ଅନେକ ଚେଷ୍ଟା କରି ମଧ୍ୟ ବିଫଳ ହେଇଥିଲେ l
ସେପଟେ ଏସିଏଫ ଅନିଲ କୁମାର ରାୟଙ୍କ ନିର୍ଦ୍ଧେଶ କ୍ରମେ ମୋନାଲିସା ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରିବା ପାଇଁ ସୋମବାର ଦିନ ବନ ବିଭାଗ ପକ୍ଷରୁ ଦୁଇଟି ଟିମ ଗଠନ କରାଯାଇଥିଲା । ସେମାନଙ୍କ ବିରୋଧ ରେ ବନ ବିଭାଗ ପକ୍ଷରୁ କେଶ ନମ୍ବର 275/24ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଗତକାଲି ରାତିରେ ଭଦ୍ର ଦମ୍ପତି ଯାଜପୁର ରୋଡ଼ ବନ ବିଭାଗ କାର୍ଯ୍ୟାଳୟରେ ଆତ୍ମ ସମର୍ପଣ କରିଛନ୍ତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠା