ଆଜି ଆମେରିକାରୁ ଆସୁଛି ଆତଙ୍କୀ ତହବୁର ରାଣା । ଅଧବାଟରେ ଆଜ୍ଞାତସ୍ଥାନରେ କିଛି ସମୟ ବିଶ୍ରାମ କରିଥିବା ସୂଚନା ରହିଛି । ତେବେ ଦିଲ୍ଲୀରେ ପହଞ୍ଚିବା ପରେ ତାକୁ ଏନଆଇଏ ପଟିଆଲା କୋର୍ଟରେ ହାଜର କରାଯିବ । ତିହାର ଜେଲର ଉଚ୍ଚ ସୁରକ୍ଷା ସମ୍ପନ୍ନ ସେଲରେ ତାକୁ ରଖିବା ନେଇ ବିଚାର ବିମର୍ଷ ଚାଲିଛି । ତେବେ ମୁମ୍ବାଇ ଆକ୍ରମଣ ବାବଦରେ ଅଧିକ ତଥ୍ୟ ତହବୁର ଠାରୁ ମିଳିବା ନେଇ ଆଶା କରାଯାଉଛି ।
ତେବେ ଦୀର୍ଘ ୧୬ ବର୍ଷ ପରେ ଭାରତର ବଡ କୁଟନୀତି ବିଜୟ ହୋଇଛି । ୨୦୦୮ ନଭେମ୍ବର ୨୬ । ଦୋହଲିଥିଲା ଦେଶର ବାଣିଜ୍ୟ ସହର ମୁମ୍ବାଇ । ଆତଙ୍କୀଙ୍କ ଗୁଳିମାଡ଼ରେ ରକ୍ତପାତ ହୋଇଥିଲା ମାୟାନଗରୀ । ଆକ୍ରମଣ ମାଷ୍ଟରମାଇଣ୍ଡ ତହବୁର ରାଣାର ଭାରତକୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି ଭାରତ ସରକାର । କଡ଼ା ସୁରକ୍ଷା ଭିତରେ ଆମେରିକାରୁ ଆତଙ୍କୀର ପ୍ରତ୍ୟର୍ପଣ ପ୍ରକିୟା ଆରମ୍ଭ ହୋଇଛି ।
ଭାରତ ଉପରେ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ପ୍ରତ୍ୟର୍ପଣରୁ ବଞ୍ଚିବାକୁ ବାରମ୍ବାର ଆମେରିକା କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବି ଫେଲ ମାରିଥିଲା । ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଟ୍ରମ୍ପ ପ୍ରଶାସନ ଆତଙ୍କୀର ପ୍ରତ୍ୟର୍ପଣ ପାଇଁ ଦେଇଥିବା ପ୍ରତିଶ୍ରୁତି ଏବେ ପୂରା ହୋଇଛି ।